Mobile Advisory

Sl No.Message sent to farmerDate Sent
1 କପା ଚାଷ ରେ ଫେରୋମୋନ ଟର୍ପ ବସାଇ ପାଟଲ ବକରା କୀଟ ର ଉପସ୍ତିତି ସମ୍ବନ୍ଧ ରେ ସଚେତନ ହୁଅନ୍ତୁ 21 Nov 2016
2 ଅମଳ ପରେ ଧାନକୁ ୨-୩ ଟି ଟାଣ ଖରା ରେ ଖୁଆଇ ରଖନ୍ତୁ ଓ ଧାନ ସାଇତିବା ପୂର୍ବରୁ ଅମାର ଘର ସଫା କରି, କାନ୍ଥ , ଛାତ କିମ୍ବା ଚଟାଣ ରେ ଫାଟ ବା କଣା ଥିଲେ ମାଟି ବା ସିମେଣ୍ଟ ଦ୍ୱାରା ବନ୍ଦ କରି ଦିଅନ୍ତୁ15 Nov 2016
3 ଧାନ ଚାଷରେ ୮୫ ଭାଗ କେଣ୍ଡା ପାଚି ଯାଉଥିଲେ ବିଳମ୍ବ ନ କରି ଧାନ କାଟି ଦିଅନ୍ତୁ08 Nov 2016
4 ସୋରିଷ ଫସଲରେ ଯଉ ପୋକ ଦମନ ପାଇଁ ଏକର ପ୍ରତି ୪୦୦ ମିଲି ଦାଈମିଥନେଟ କିମ୍ବା ୫୦ ମିଲି ଇମିଡା କୋଳପ୍ରିଡ଼ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ08 Nov 2016
5 ଖରା ଟିଆ ମୁଗ ଓ ବିରି ବୁଣିବାର ୧୦ ଦିନ ମଧ୍ୟ ରେ ଗଛକୁ ଗଛ ୧୦ ସେମି ବ୍ୟବଧାନ ରେ ଗଛକୁ ପତଳା କରି ଦିଅନ୍ତୁ ଓ ଫସଲ 2-୩ ସପ୍ତାହ ହୋଇଗଲେ କୋଡା ଖୋସା କରି ଘାସ ବାଛି ଦିଅନ୍ତୁ କାର୍ଯ୍ୟକ୍ରମ ସଂୟୋଯକ, କୃଷି ବିଜ୍ଞାନ କେନ୍ଦ୍ର, ବଲାଂଗିର୍15 Mar 2017
6 ଧାନରେ ମାଟିଆଗୁଣ୍ଡ ବା ଚକଡାପୋକ ର ନିୟନ୍ତ୍ରଣ ନିମନ୍ତେ ଜମିରେ ପ୍ରତି ୧ମି ବ୍ୟବଧାନ ରେ ପହି କରନ୍ତୁ ଯେପରି ବାୟୁ ଓ ଅଳକା ଚାଲ କରିପାରିବ ଓ ଜମିରୁ ୨-୩ ଦିନ ପାଣି କାଟି ଦିଅନ୍ତୁ ଓ ତାପରେ ପୁନଶ୍ଚ ପାଣି ପୁରାନ୍ତୁ |06 Nov 2017
7 ଚକଡା ଆକ୍ରାନ୍ତ ଖେତ ରେ ୮୫% ଧାନ ପାଚିଥିଲେ ଅମଳ କରି ନିଅନ୍ତୁ06 Nov 2017
8 ଆମ୍ବ ଗଛରେ ବଉଳ ବାହାରିବା ସମୟରେ ଆମ୍ବ ଡାଆଣି, anthaknoj ଓ ପାଉଁଶିଆ ରୋଗ ଲାଗିବାର ସମ୍ଭାବନା ଥିବାରୁ ଏହାର ଦମନ ପାଇଁ ପ୍ରତି ଲିଟର ପାଣିରେ ୨ ଗ୍ରାମ ସଲଫର ସେଚିତ ଗୁଣ୍ଡ କିମ୍ବା କାରଥେନ ଏବଂ ୨ ମିଲି ରୋଗର ମିଶାଇ ସିଞ୍ଚନ କରନ୍ତୁ |09 Feb 2018
9 ଜଳ ସେଚିତ ଜମିରେ ଫେବୃଆରୀ ତୃତୀୟ ସପ୍ତାହରୁ ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ସୁଦ୍ଧା | ଖରାଟିଆ ମୁଗ ଓ ବିରି ବୁଣାବୁଣି କାମ ଶେଷ କରନ୍ତୁ |07 Feb 2018
10 ଡ଼ାଳୁଅ ଧାନ ରେ ତଳି ଘରା ରେ ଦାନାଦାର ଔଷଧ ପ୍ରୟୋଗ କରିନଥିଲେ ରୋଇବା ପୂର୍ବରୁ ତଳି ଚେର କୁ ଶତକଡା ୦.୨ ଭାଗ କ୍ଲୋରୋ ପାଇରିଫସ ଦ୍ରବଣରେ ୧୦ ରୁ ୧୨ ଘଣ୍ଟା ବିଶୋଧାନା କରି ରୁଅନ୍ତୁ |10 Jan 2018
11 ଡ଼ାଳୁଆ ଧାନ ରୋଇବା ସମୟରେ ୧୦ କିଗ୍ରା ଆଜୋସ୍ପିରିଲମ ବ୍ୟାକଟେ ରିଆ ୫ ଲିଟର ପାଣିରେ ମିଶାଇ ସେଥିରେ ତଳି ଛେରା ବୁଡାଇ ରୁଅନ୍ତୁ କିମ୍ବା ଫୋସ୍ପୋକଲଚର କୁ ୫୦ କିଗ୍ରା ଖଟରେ ମିଶାଇ କାଦୁଅ ପୂର୍ବରୁ ପ୍ରୟୋଗ କରନ୍ତୁ |10 Jan 2018
12 ଡାଲୁଆ ଧାନ ପାଇଁ ଧାନ ତଳି ୪-୫ ପତ୍ର ର ହୋଇଗଲେ ରୁଆ କାମ କରନ୍ତୁ ଓ ବୁଦା ପ୍ରତି ୨-୩ ଟି ତଳି ସିଧା ଅଗଭୀର ଓ ଧାଡି ରେ ରୁଅନ୍ତୁ |10 Jan 2018
13 ଡ଼ାଳୁଅ ଧାନ କରିବାର ଥିଲେ ଭଲ ଗୁଣାତ୍ମକ ମାନ ଥିବା କିସମ ବ୍ୟବହାର କରନ୍ତୁ ଯଥା CR Dhan -601, CR Dhan -203, CR Dhan -୨୦୫, CR Dhan -୨୦୬, ଚନ୍ଦନ, ଲଲାଟ, ନବୀନ , MTU -୨୦୧୦ |16 Dec 2017
14 ଧାନ ଅମଳ ପରେ ବିଲରେ ବତାର ଦେଖି ମୁଗ, ବିରି , (ଟର୍ମ -୧, ସମ୍ରାଟ , OUM -୧-୫, PDM -୫୪, ବିରାଟ, IPM -୨-୩, SML -୬୬୮) ଇତ୍ୟାଦି ବୁଣାବୁଣି ସାରି ଦିଅନ୍ତୁ |16 Dec 2017
15 ଧାନ ଅମଳ ପରେ କଳରେ ଚାଉଳ କରିବା ପାଇଁ ସେକଡ ୧୪ ଭାଗ ଜଳୀୟ ଅଂଶ ଥିବା ପର୍ଯ୍ୟନ୍ତ ଶୁଖାଇ ଦିଅନ୍ତୁ | ମାତ୍ର ବିହନ ପାଇଁ ରଖିବାକୁ ଥିଲେ ଶତକଡା ୧୨ ଭାଗ ଜଳୀୟ ଅଂଶ ଥିବା ପର୍ଯ୍ୟନ୍ତ ଶୁଖାଇ ଦିଅନ୍ତୁ |09 Dec 2017
16 ଶତକଡା ୮୦ ଭାଗ ଧାନ ପାଚିଗଲେ କାଟି ଦିଅନ୍ତୁ ଓ ଧାନ ଅମଳ କରି ଭଲ ଭାବରେ ଶୁଖାଇ ଦିଅନ୍ତୁ ଏବଂ ଏହାର ଭଲ ମୂଲ୍ୟ ପାଇବା ପାଇଁ ନ ମିଶାଇ ଅଲଗା ଅଲଗା କିସମ ଅଲଗା ବସ୍ତା ରେ ରଖନ୍ତୁ |06 Dec 2017
17 ଲଙ୍କାର ମୂଳ ଶଢା ରୋଗ ଦମନ ପାଇଁ ନର୍ସରୀ କୁ ପଲିଥିନ ରେ ଆଚ୍ଛାଦନ କରନ୍ତୁ ଓ ତଳି ଘର ରେ କାପଟନ ୨ ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ30 Nov 2017
18 ବିଲାତି ବାଇଗଣ ଓ ବାଇଗଣ ର ଝାଉଁଳା ରୋଗ ଦମନ ପାଇଁ ଷ୍ଟ୍ରେପ ଟୋସାଇକ୍ଲିନ ୧.୫ ଗ୍ରାମ + କପର ଅକ୍ସକ୍ଳ ରାଇଡ଼ ୨୫ ଗ୍ରାମ ୧୦ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ |30 Nov 2017
19 ସୋରିଷ ଯଉ ପୋକର ଦମନ ପାଇଁ ଡାଇମିଥୋଏଟ (ରୋଗର ) ୨୦ ମିଲି କିମ୍ବା ଇମିଡାକ୍ଲୋପିଡ଼ ୩ ମିଲି, ୧୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ |30 Nov 2017
20 ବାଦାମ ର ମୂଳ ଶଢା ରୋଗର ପ୍ରତିକାର ପାଇଁ ଥାୟୋଫେନେଟ ମିଥାଇଲ ୧.୫ ଗ୍ରାମ ପ୍ରତିଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ |25 Nov 2017
21 ସଂଶୋଧନ -ଲଘୁଚାପ ବର୍ଷା ଯୋଗୁଁ ଅମଳ ନ ହୋଇଥିବା ପାଚିଲା ଧାନ ଗଜା ନ ହେବା ପାଇଁ ୨% (୨୦ ଗ୍ରାମ ପ୍ରତି ଲିଟର ) ଲୁଣ ଦ୍ରବଣ ସିଞ୍ଚନ କରନ୍ତୁ |16 Nov 2017
22 ବର୍ଷା ଯୋଗୁଁ ପାଚିଲା ଧାନ ଜମିରେ ପଡି ଗଜା ହୋଇପାରେ, ତେଣୁ ଅମଳ ଫସଲକୁ ଜମିରେ ରଖନ୍ତୁ ନାହିଁ ଏବଂ ଯଦି ଫସଲ ଅମଳ ହୋଇପାରୁ ନାହିଁ, ୭% ଲାବନ ମିଶ୍ରଣ (୧୦ଗ୍ରାମ ଲୁଣ ୧ ଲିଟର ପାଣିରେ) କୁ ଫସଲରେ ସିଞ୍ଚନ କରନ୍ତୁ |15 Nov 2017
23 ବର୍ଷା ଦାଉରୁ ରକ୍ଷା କରିବା ପାଇଁ କଟା ଧାନକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରି ଆଛାଦାନ କରନ୍ତୁ |15 Nov 2017
24 ୧୬-୧୮ ନଭେମ୍ବର ୨୦୧୭ ମଧ୍ୟରେ ଲଘୁଚାପ ଓ ଡିପ୍ରେସନ ଗତି କରିବା ବେଳେ ବର୍ଷା ହେବାର ସମ୍ଭାବନା ଥିବାରୁ ଯେଉଁ ସ୍ଥାନରେ ଧାନ ଫସଲ ପଡିଯାଉଛି ସେହି ସ୍ଥାନରେ ପାହି କରି ନିଷ୍କାସନ କରନ୍ତୁ |15 Nov 2017
25 ବର୍ତମାନ ଗୁଡ଼ାଖୁ ରୋଗ (False smut ) ପଚି ଆସୁଥିବା ଧାନ ରେ ଦେଖା ଯାଉଅଛି, ତେଣୁ ଆକ୍ରାନ୍ତ କେଣ୍ଡା ଗୁଡିକୁ ନଷ୍ଟ କରନ୍ତୁ ଓ ୮୫% ଧାନ ପାଚି ଆସିଥିଲେ ଅମଳ କରନ୍ତୁ | Roman Script 10 Nov 2017
26 ଚକଡା ଆକ୍ରାନ୍ତ ଖେତ ରେ ୮୫% ଧାନ ପାଚିଥିଲେ ଅମଳ କରି ନିଅନ୍ତୁ06 Nov 2017
27 ଧାନରେ ମାଟିଆଗୁଣ୍ଡ ବା ଚକଡାପୋକ ର ନିୟନ୍ତ୍ରଣ ନିମନ୍ତେ ଜମିରେ ପ୍ରତି ୧ମି ବ୍ୟବଧାନ ରେ ପହି କରନ୍ତୁ ଯେପରି ବାୟୁ ଓ ଅଳକା ଚାଲ କରିପାରିବ ଓ ଜମିରୁ ୨-୩ ଦିନ ପାଣି କାଟି ଦିଅନ୍ତୁ ଓ ତାପରେ ପୁନଶ୍ଚ ପାଣି ପୁରାନ୍ତୁ |06 Nov 2017
28 ଖାଇ ପ୍ରଣାଳୀରେ ଆଖୁ ଲଗାଉଥିବା ଚାଷୀ ତିନି ଆଖିଆ ଆଖୁ ଖଣ୍ଡ ପ୍ରତି ମିଟର ରେ ୪ଟି ଲଗାନ୍ତୁ ଯେପରିକି ଆଖୁ ଗୁଡିକ କଡ଼କୁ ରହିବ ଓ ତା ଉପରେ ୨୫ ସେମି ମାଟି ଘୋଡାଇ ଦିଅନ୍ତୁ30 Nov 2016
29 ନଭେମ୍ବର ମାସର ପ୍ରଥମ ଦୁଇ ସପ୍ତାହ ମଧ୍ୟରେ ଆଳୁ ଲଗାଇ ଦିଅ30 Nov 2016
30 ମାଟିଆ ଗୁଣ୍ଡିପୋକର ନିୟନ୍ତ୍ରଣ ପାଇଁ ପ୍ରତି ୧୦ ଫୁଟରେ ନାଳୀ କରନ୍ତୁ ଏବଂ ପୋକର ନିୟନ୍ତ୍ରଣ ପାଇଁ ହେକ୍ଟର ପ୍ରତି ଏସିଟାମିପ୍ରିଡ଼ ୧୦୦ ଗ୍ରାମ / ଡ଼ିଡ଼ିଭିପି(୭୬ EC) ୫୦୦ମିଲି /ବୁପ୍ରେଫେଜିମ (୨୫SC)/ ଥାଇମେଥୋସ୍କାମ (25 WG)୫୦g ସିଞ୍ଚନକରନ୍ତୁ01 Nov 2017
31 ରବି ଋତୁ ରେ ସବୁଜ ଘାସ ଚାଷ କରିବା ପାଇଁ ଜମିକୁ ୩-୪ ଓଡ ହଳ କରି ଅନା ବନ ଗଛ ବାଛି ଦିଅନ୍ତୁ ଏବଂ ଏକର ପ୍ରତି ୩-୪ ଶଗଡ଼ ଗାଡି ଜୈବିକ ଖାତା ପ୍ରୟୋଗ କରନ୍ତୁ |31 Oct 2017
32 ମୁଗ, ବିରି, ଛୁଇଁ ପାକଳ ହୋଇଯାଇଥିଲେ ଅମଳ କରି ଦିଅନ୍ତୁ |31 Oct 2017
33 ବିଳମ୍ବରେ ଲଗାଯାଇଥିବା ମାଧ୍ୟମ କିସମ ଧାନ ଓ ସଅଳ ଲଗାଯାଇଥିବା ବିଳମ୍ବ କିସମ ଧାନ ଲିଙ୍ଗ ସଂଚାର ଅବସ୍ଥାରେ ଥିଲେ ଏକର ପ୍ରତି ୧୪-୧୮ କେଜି ୟୁରିଆ ଓ ୧୦-୧୨ କେଜି ପଟାସ ସାରା ପ୍ରୟୋଗ କରନ୍ତୁ31 Oct 2017
34 ଆଗରୁ ଲଗାଯାଉଥିବା ସେବତୀ ଗଛରେ ଏକ ମାସର ହୋଇଯାଇଥିଲେ ଗଛ କୁ ଝଙ୍କାଳିଆ କରିବା ପାଇଁ ଅଜରଭାଗକୁ ଛିଣ୍ଡାଇ ଦିଅନ୍ତୁ |25 Oct 2017
35 ସଅଳ ଲଗା ଖରିଫ ଚିନାବାଦାମ ଗଛ ହଳଦିଆ ପଡି ସୁଖୀ ଆସିଲେ ଏବଂ ଚୋପା ର ଭିତର ପାଖରେ କଳା ଦାଗ ଦେଖାଦେଲେ ଅମଳ କରି ଛାଇରେ ଶୁଖାଇ ସାଇତି ରଖନ୍ତୁ |25 Oct 2017
36 ଢିପ ଜମିରେ ରାଶି ବୁଣିବାକୁ ହେଲେ ପ୍ରତି କିଗ୍ରା ବିହନରେ ୨ ଗ୍ରାମ ହିସାବରେ କାରବେଣ୍ଡୋଜିମ କିମ୍ବା ୩ ଗ୍ରାମ ଥିରାମ ଗୋଳାଇ ବିଶୋଧାନା କରନ୍ତୁଓ ଏକର ପ୍ରତି ୪ କିଗ୍ରା ରାଶି ବିହନ ବ୍ୟବହାର କରନ୍ତୁ |25 Oct 2017
37 ଟମାଟୋ, କୋବି ଓ ଭେଣ୍ଡି ଇତ୍ୟାଦି ଫସଲରେ ପତ୍ରପୋଡ଼ା ରୋଗ ଲାଗିଥିଲେ ଏହାର ଦମନ ପାଇଁ ପ୍ରତି ଲିଟର ପାଣିରେ ଏ ଗ୍ରାମ ଏଣ୍ଡୋଫିଲ-ଏମ-୪୫ ମିଶାଇ ସିଞ୍ଚନ କରନ୍ତୁ |25 Oct 2017
38 ସୋରିଷ ବୁଣିବ ପୂର୍ବରୁ ଏକର ପ୍ରତି ୨ ଟନ ଶଢା ଗୋବର ଖାତା ସହିତ ୧୨ କେଜି ଯବକ୍ଷାର ଯାନ, ୬ କିଗ୍ରା ଫସଫରସ ଓ ୬ କିଗ୍ରା ପଟାସ ମାଟିରେ ମିଶାଇ ଦିଅନ୍ତୁ ଏବଂ ଧାଡି କୁ ଧାଡି ୩୦ ସେମି ଓ ଗଛ କୁ ଗଛ ୧୦ ସେମି ବ୍ୟବଧାନରେ ବୁଣନ୍ତୁ |18 Oct 2017
39 ସମସ୍ତ ଗୃହ ପାଳିତ ପଶୁ ପକ୍ଷି ବା ପ୍ରାଣୀଙ୍କୁ ସୀତା ଦିନ ଆରମ୍ଭ ରୁ ଶାହଣା, ବାଜାବାଜିଆ , ଫତୁଆ, ପିପିଆର , ରାଣୀ ଖେତ,ଓ କୁକୁଡ଼ା ବସନ୍ତ ରୋଗର ପ୍ରତିଷେଧକ ଟୀକା ଦିଅନ୍ତୁ |07 Oct 2017
40 ଭେଣ୍ଡି ଫସଲରେ ଧଳା ମାଛି ର ନିୟନ୍ତ୍ରଣ ପାଇଁ ପ୍ରତି ଲିଟର ପାଣିରେ ୨ ମିଲି ହିସାବରେ ଡାଇମେଥୋନେଟ ମିଶାଇ ସିଞ୍ଚନ କରନ୍ତୁ |20 Sep 2017
41 କ୍ଷୀର ଦେବା ଗାଈ ଙ୍କୁ (୨ ଲିଟର) ଏକ କିଗ୍ରା ଦାନ ସହିତ ୫୦ ଗ୍ରାମ ଖଣିଜ ଲାବନ ଦିଅନ୍ତୁ |20 Sep 2017
42 ମାଛ ଜାଅଁଳା ସାଧାରଣତଃ ପାହାନ୍ତା ଅଥବା ସନ୍ଧ୍ୟା ସମୟରେ ପୋଖରୀରେ ଛାଡ଼ନ୍ତୁ20 Sep 2017
43 ଟମାଟୋ ତଳି ଗୁଡିକ ୫ ରୁ ୭ ପତ୍ର ବିଶିଷ୍ଟ ହେଲେ କିଆରୀରେ ୬୦ ସ ୪୫ ସେମି ବ୍ୟବଧାନରେ ଲଗାନ୍ତୁ20 Sep 2017
44 ପାଳ ଛତୁ ଚାଷ ରେ ଅତି ପୁରୁଣା କିମ୍ବା ବର୍ଷ ପାଣିରେ ଅଧା ପଚା ନଡା ବ୍ୟବହାର କରନ୍ତୁ ନାହିଁ |18 Aug 2017
45 ଛତୁ ଘରେ ଅଧିକ ବେଡ଼ ପକାଇବା ପାଇଁ ବାଉଁଶ ସାହାଯ୍ୟରେ ୨ ରୁ ୩ ଟି ଠକ କରନ୍ତୁ , ପ୍ରଥମ ଥକାଟି ଭୂଇଁ ଠାରୁ ୬ ଇଞ୍ଚ ଉଚ୍ଚତା ରେ ରଖନ୍ତୁ , ଓ ଠକ ମଧ୍ୟରେ ବ୍ୟବଧାନ ୩ ଫୁଟ ରଖନ୍ତୁ10 Aug 2017
46 Shaja kisama phula kobi paain kisama Pusa Kadali, arli kanwari chara prastuta karantu. eka ekar paain 200 gram manji , vitavax power (2 gram / 1 kilogram manji) dwara bisodhana kari byabahara karantu02 Aug 2017
47 ଗଜା ହୋଇଥିବା ଧାନ କୁ ଧାଡିରେ ଲଗାଇବା ପାଇଁ ୪ ଧାଡି ବିଶିଷ୍ଟ ଗଜା ଧାନ ବୁଣା ଯନ୍ତ୍ର ବ୍ୟବହାର କରନ୍ତୁ02 Aug 2017
48 ଖରାଟିଆ ମୁଗ ଓ ବିରି ବୁଣିବାର ୧୦ ଦିନ ମଧ୍ୟରେ ଗଛ କୁ ଗଛ ୧୦ ସେମି ବ୍ୟବଧାନ ରଖି ଗଛ କୁ ପତଳା କରି ଦିଅନ୍ତୁ ଏବଂ ଫସଲ ୨ ରୁ ୩ ସପ୍ତାହର ହୋଇ ଯାଇଥିଲେ କୋଡା ଖୁସା କରି ଘାସ ବାଛି ଦିଅନ୍ତୁ 03 Mar 2018
49 କୁକୁଡ଼ାର ଘୁମା ରୋଗର ନିୟନ୍ତ୍ରଣ ପାଇଁ ୭ ଦିନରେ ଲାସୋଟା ପ୍ରତିଷେଧକ ଟୀକା ଓ 13-୧୫ ଦିନ ଭିତରେ ଆଇ.ବି.ଡି. ଟୀକା ଆଖିରେ ପକାଇବାର ବ୍ୟବସ୍ତା କରନ୍ତୁ27 Apr 2018
50 କୁକୁଡ଼ା ମାନଙ୍କର ନାଲି ଝାଡା ହେଉଥିଲେ ଅଧା ଗ୍ରାମ ଫିଉରାସଲ କୁ ଏକ ଲିଟର ପାଣିରେ ମିଶାଇ ୩ ଦିନ ପର୍ଯ୍ୟନ୍ତ ଦିଅନ୍ତୁ27 Feb 2018
51 ବର୍ଷିମ ଘାସ ଚାଷ ୪୫ ଦିନ ର ହୋଇଗଲେ ଜମିରୁ ୨୫ ସେମି ଛାଡି କାଟନ୍ତୁ ଓ ଗୋଖାଦ୍ୟ ହିସାବରେ ବ୍ୟବହାର କରନ୍ତୁ27 Feb 2018
52 ସବୁଦିନିଆ ଗୋଖାଦ୍ୟ ଫସଲ ଯଥା- ଶଙ୍କର ନପିଆର, ପାରା, ଗିନି ଫସଲକୁ କୋଡାଖୁସା କରି ହେକ୍ଟର ପ୍ରତି ୪୦ କେଜି ଯବକ୍ଷାରଜାନ ପ୍ରୟୋଗ କରି ହୁଡ଼ା ଟେକି ଦିଅନ୍ତୁ22 Feb 2018
53 ଖରାଦିନିଆ ଗୋଖାଦ୍ୟ ଫସଲ ପାଇଁ ଜମି ପ୍ରସ୍ତୁତ କରନ୍ତୁ ଓ ଗୋଖାଦ୍ୟ ମକା, ବିରୀଗୁଡ଼ି ଓ ଡଙ୍ଗର ରାଣୀ ଫସଲ ଲଗାନ୍ତୁ 22 Feb 2018
54 ଖରାଦିନିଆ ଗୋଖାଦ୍ୟ ଫସଲ ପାଇଁ ଜମି ପ୍ରସ୍ତୁତ କରନ୍ତୁ ଓ ଗୋଖାଦ୍ୟ ମକା, ବିରୀଗୁଡ଼ି ଓ ଡଙ୍ଗର ରାଣୀ ଫସଲ ଲଗାନ୍ତୁ 22 Feb 2018
55 କଦଳୀରେ ଯଊପୋକ ଦେଖାଦେଲେ ପ୍ରତି ଲିଟର ପାଣିରେ ୨ ମିଳି ଡ଼ାଈମେଥଏଟ ପ୍ରତି ପତ୍ର କୋଣ ରେ ପ୍ରୟୋଗ କରନ୍ତୁ22 Feb 2018
56 ଖରିଫ ପିଆଜ ଚାଷ ପାଇଁ ଭିମା ଶକ୍ତି କିସମ ୨୦ X ୧୦ ସେମି ବ୍ୟବଧାନରେ ଏକର କୁ ୫ କିଲୋ ବିହନ ଲଗାନ୍ତୁ 11 Jul 2019
57 ବର୍ଷା ଦିନିଆ କଖାରୁ ମଞ୍ଜିକୁ ପ୍ରଥମେ ପଲିଥିନରେ ପ୍ରଥମେ ଲଗାଇ ତହିଁ ୨-୪ ପତ୍ର ହେଲାପରେ ମୁଖ୍ୟ ଜମିରେ ୧ ମିଟର x ୧ ମିଟର ଅନ୍ତରରେ ଗାତ ପିଛା ଗୋଟାଏ ଲେଖା ଚାରା ଲଗାନ୍ତୁ05 Jul 2019
58 ମାଟିଆ ଗୁଣ୍ଡି ବା ଚକଡା ପୋକର ଆକ୍ରମଣ ଦେଖାଦେଲେ ୨ ଫୁଟ ଅନ୍ତରରେ ଧାନ କିଆରୀରେ କାନ୍ଦି କରନ୍ତୁ, କୀଟନାଶକ ଫ୍ଲୋନିକମାଇଡ (୦.୩ ଗ୍ରାମ ପ୍ରତି ଲିଟର) କିମ୍ବା ଡାଇନୋଟଫୁରାନ (୦.୪ ଗ୍ରାମ ପ୍ରତି ଲିଟର) ଗଛର ମୂଳଅଂଶକୁ ଲକ୍ଷ ରଖିସିଞ୍ଚନ କରନ୍ତୁ 04 Oct 2018
59 ବର୍ଷାପୂର୍ବରୁ କଟାଯାଇଥିବା ଧାନକୁ ତୁରନ୍ତ କାଟିନେଇ ସୁରକ୍ଷିତ ସ୍ଥାନରେରଖନ୍ତୁ, ଶୁଖିଯାଇଥିବା ଧାନକୁତୁରନ୍ତ ବେଙ୍ଗଳାକରି ଅମଳକରିଦିଅନ୍ତୁ,ଖଳାରେ ରହିଥିବା ବିଡ଼ାକୁ ଓ ମଣ୍ଡିରେ ପଡିରହିଥିବା ଧାନକୁ ତାରପୋଲିନ/ପାଲ ଘୋଡାଇ ସୁରକ୍ଷିତ ରଖନ୍ତୁ, ତଳି ପଡିଯାଇଥିବା ଧାନଜମିରୁ ପାଣି ନିଷ୍କାସନପାଇଁ ବ୍ୟବସ୍ଥାକରନ୍ତୁ17 Dec 2018
60 ଜମିରୁ ପାଣିନିସ୍କାସନ ପାଇଁ ବ୍ୟବସ୍ତାକରନ୍ତୁ,ବର୍ଷାଛାଡ଼ିଗଲାପରେ ପାନିପରିବାରେ ଯଊପୋକ ଲାଗିବାର ସଂଭାଵନା ରହିଛି,ଏହାରନିରାକରଣ ପାଇଁ ଏକରପ୍ରତି ୧୪୦ ଇମିଡାକ୍ଲୋପିଡ଼,୧୭.୮%ଏସଏଲ, ୨୫%ଡବ୍ଲୁଜି,୨୦% ଏସପି ୫୦୦ଲିଟର ପାଣିରେମିଶାଇ ସିଞ୍ଚନକରନ୍ତୁ16 Dec 2018
61 ବର୍ଷା ଦିନେ ପ୍ରାଣୀମାନଙ୍କୁ ସଂକ୍ରମିତ ରୋଗ ରୁ ବଞ୍ଚାଇବା ପାଇଁ ଆବଶ୍ୟକ ଟୀକାକରଣ କରିବା ସହ ବାସସ୍ଥାନ କୁ ଶୁଷ୍କ, ଉସ୍ମ ଏବଂ ପରିସ୍କାର ରଖନ୍ତୁ05 Jul 2019
62 ଖରିଫ ଧାନ ଫସଲରେ ମୂଳ ସାରାକୁ ମୃତିକା ପରୀକ୍ଷା ଅନୁଯାୟୀ ସଠିକ ମାତ୍ରାରେ ଜମିରେ ପ୍ରୟୋଗ କରନ୍ତୁ03 Jul 2019
63 ବର୍ଷା ଦିନେ ଛେଳି ଘର ଶୁଷ୍କ ଏବଂ ଉଷୁମ ରଖନ୍ତୁ | ବର୍ଷାରେ ଓଦା ଛେଳି ର ଶରୀର କୁ ଶୁଖିଲା କପଡ଼ାରେ ପୋଛି ଉଚିତ ଯତ୍ନ ନେଲେ ରୋଗ ହୁଏ ନାହିଁ 20 Jun 2019
64 ବାଡ଼ି ଅଗଣାରେ ପାଳିତ କୁକୁଡ଼ା ମାନଙ୍କୁ ପ୍ରଥମ ୭ ଦିନରେ ଘୁମ ରୋଗ ଟୀକା ଦିଅନ୍ତୁ | ପରେ ୨୮ ଦିନରେ ବୁଷ୍ଟର ଟୀକା ଦିଅନ୍ତୁ, ଟୀକା ନିକଟସ୍ତ ପ୍ରାଣୀ ଚିକିତ୍ସାଲୟ ରେ ଉପଲାବଦ୍ଧ ଅଟେ17 Jun 2019
65 ବର୍ଷା ଦିନରେ ଗାଈ ଗୋରୁ ମାନଙ୍କୁ ରୋଗ ରୁ ରକ୍ଷା କରିବା ପାଇଁ ସାହାଣ, ବଜବଜିଆ, ଫାଟୁଆ ଆଦି ରୋଗ ର ପ୍ରତିଷେଧକ ଭାବେ ଟୀକା କାରଣ କରନ୍ତୁ30 May 2019
66 ଦୈନିକ ୫ ଲିଟର ଦୁଗ୍ଧ ପ୍ରଦାନ କରୁଥିବା ଗାଈ କୁ ଘାସ ଚାଷ ମାଧ୍ୟମ ରେ ବିନା ଦାନା ଖୁଆଇ ପାଳନ କରାଯାଇ ପାରିବ30 May 2019
67 ହାତୀଆ ଘାସ ଚାଷ ପାଇଁ ଇଛୁକ ଚାଷୀ ମାନେ ବର୍ଷ ଆରମ୍ଭ ହେବ ସମୟରେ ଚାରା ରୋପଣ କରନ୍ତୁ30 May 2019
68 ଖରାଟିଆ ମୁଗ ଓ ବିରି ବୁଣିବାର ୧୦ ଦିନ ମଧ୍ୟରେ ଗଛକୁ ଗଛ ୧୦ ସେମି ବ୍ୟବଧାନ ରଖି ଗଛକୁ ପତଳା କରି ଦିଅନ୍ତୁ , ଏବଂ ଫସଲ ୨ ରୁ ୩ ସପ୍ତାହ ର ହୋଇଯାଇଥିଲେ କୋଡାଖୁସା କରି ଘାସ ବାଛି ଦିଅନ୍ତୁ20 Mar 2019
69 ଅଧିକ ଅମଳକ୍ଷମ ଧାନ ରୋଇବାର ୬୦ଦିନ ପରେ ଅନୁମୋଦିତ ପରିମାଣର ଏକ ଚତୁର୍ଥାଂଶ ଯବକ୍ଷାରଜାନ ସାରା (ଅର୍ଥାତ ଏକର ପିଛା ୨୨କି ହିସାବରେ ୟୁରିଆ ) ଶେଷ କିସ୍ତି ସାରା ହିସାବରେ ପ୍ରୟୋଗ କରନ୍ତୁ20 Mar 2019
70 ବାଦାମୀ ପତ୍ର ଚିତା ରୋଗ ଦମନ ପାଇଁ ପ୍ରତିଲକର ପାଣିରେ ୩ ଗ୍ରାମ ହିସାବରେ ମ୍ୟାଙ୍କଯେବ କିମ୍ବା ୧ମିଲି ପ୍ରପିକୋନାଜୋଲ ମିଶାଇ ପ୍ରୟୋଗ କରନ୍ତୁ, ଏକର ପିଛା ୨୦୦ଲି ଦ୍ରବଣ ଆବଶ୍ୟକ ହୁଏ20 Mar 2019
71 ବର୍ତମାନ ସର୍ବ ନିମ୍ନ ତାପମାତ୍ରା ୧୦-୧୨ ଡିଗ୍ରୀC ରହୁ ଥିବାରୁ ଡାଲୀ ଫସଲ ଯଥା ମୁଗ,ଚଣା,ଆଦି ବୁଣନ୍ତୁ ନାହିଁ | ତାପମାତ୍ରା ୧୪ ଡିଗ୍ରୀC ଉପରେ ରହିଲେ ମଞ୍ଜି ସଠିକ ରୂପେ ଗଜା ହୋଇପାରିବ, ଜମିହଳ କରି ଥଣ୍ଡାକମିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ16 Feb 2019
72 ମୃତିକା ପରୀକ୍ଷା କରି ନ ଥିଲେ ଫୁଲ କୋବିରେ ଏକର ପ୍ରତି ୫୨ ଡିଏପି, ୮ କିଗ୍ରା ପଟାସ ଓ ୪ କେଜି ବୋରାକସ ସାର ପ୍ରୟୋଗ କରନ୍ତୁ, ଏହାର ୧୫-୩୦ ଦିନ ରେ ପ୍ରତି ଥର ୪୪ କିଗ୍ରା ୟୁରିଆ ଓ ୧୭ କିଗ୍ରା ପଟାସ ସାରା ପ୍ରୟୋଗ କରନ୍ତୁ13 Feb 2019
73 ମୃତିକା ପମୁଗ ଫସଲରେ ସାହେବି ରୋଗ ପ୍ରାଦୁର୍ଭାବ କମାଇବା ପାଇଁ ଯାଇଫେନଥିୟୁରନ ୦.୫ ଗ୍ରାମ କିମ୍ବା ଫୋନିକାମାଇଡ ୦.୪ ଗ୍ରାମ, ଏକ ଲିଟର ପାଣିରେ ମିଶାଇ ୧୫ ଦିନ ଅନ୍ତରରେ ଅଦଲବଲ କରି ସିଞ୍ଚନ କରନ୍ତୁରୀକ୍ଷା କରି ନ ଥିଲେ ଫୁଲ କୋବିରେ ଏକର ପ୍ରତି ୫୨ ଡିଏପି, ୮ କିଗ୍ରା ପଟାସ ଓ ୪ କେଜି ବୋରାକସ ସାର ପ୍ରୟୋଗ କରନ୍ତୁ, ଏହାର ୧୫-୩୦ ଦିନ ରେ ପ୍ରତି ଥର ୪୪ କିଗ୍ରା ୟୁରିଆ ଓ ୧୭ କିଗ୍ରା ପଟାସ ସାରା ପ୍ରୟୋଗ କରନ୍ତୁ11 Feb 2019
74 ବାଇଗଣର ଫଳ ଓ କାଣ୍ଡ ବିନ୍ଧ ପୋକ ନିୟନ୍ତ୍ରଣ ପାଇଁ ଏକର ପ୍ରତି ୨୫ଟି ଫେରମୋନ ଯନ୍ତା ପ୍ରୟୋଗ କରନ୍ତୁ, ଆକ୍ରାନ୍ତ କାଣ୍ଡ ନଷ୍ଟ କରନ୍ତୁ ଓ ଆବଶ୍ୟକ ସ୍ଥଳେ ସ୍ଟିନୋଷାଡ଼ ୪୫ ଏସ.ସି. ଲିଟର ପ୍ରତି ୦.୫ ଗ୍ରାମ ମିଶାଇ ସିଞ୍ଚନ କରନ୍ତୁ |11 Feb 2019
75 ଡାଲୀ ଫସଲର ଶୀଘ୍ର ବୃଦ୍ଧି ପ୍ରତି ଲିଟର ପାଣିରେ ୧୫ ଗ୍ରାମ ୟୁରିଆ ସାରା ଓ ୭.୫ ଗ୍ରାମ ସାର ମିଶାଇ ଅଦଳବଦଳ କରି ଦୁଇଥର ବୁଣିବାର ୨୫ ଦିନ ପରେ ଓ ୧୫ ଦିନ ଅନ୍ତରରେ ସିଞ୍ଚନ କରନ୍ତୁ |06 Feb 2019
76 ବୁଣାଯାଇ ଗଜାହୋଇସାରିଥିବା ଡ଼ାଲି ଫସଲରେ ଘାସ ନିୟନ୍ତ୍ରଣ ପାଇଁ ହେକ୍ଟର ପ୍ରତି ୭୫୦ ମିଲି ଲିଟର ଈମାଜୀଥାପର ବୁଣିବାର ୧୨-୧୪ ଦିନ ପରେ ୭୫୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ |06 Jan 2019
77 ରବି ଋତୁ ରେ ଗୋଖାଦ୍ୟ ମକଚାଷ ପାଇଁ ଜଳସେଚିତ ଢିପ ଜମି ଓ ମଧ୍ୟମ କିସମ ଜମିକୁ ପ୍ରସ୍ତୁତ କରି ଆଫ୍ରିକାନ ଟାଲ କିମ୍ବା ଯେ-୨୦୦୬ କିସମ ଲଗାନ୍ତୁ09 Nov 2018
78 ଜମିର ଗୁଣ ଅକ୍ଷୁର୍ଣ ରଖିବା ସହ ଅମଳ ବୃଦ୍ଧି ପାଇଁ କ୍ଷେତରେ ଅଣୁଜୀବ, ରାଇଜୋବିଅମ, ମାଇକରାଜା, ନିଲହରୀତ ଶଇବାଳ ଇତ୍ୟାଦି ବ୍ୟବହାର କରନ୍ତୁ09 Dec 2018
79 ବୁଟ ଚାଷ ପାଇଁ ଅଧିକ ଅମଳ କ୍ଷମ କିସମ ଯଥା ରାଧେ, ସି-୨୩୫, ଏଚ-୨୦୮ବ୍ୟବହାର କରନ୍ତୁ |09 Dec 2018
80 ଆଳୁ ଚାଷ ପାଇଁ ଏକର ପ୍ରତି ୬-୮ କୁଇଣ୍ଟାଲ (୨୫ ଗ୍ରାମ ଓଜନର ବିହନ ଆଳୁ ) ବ୍ୟବହାର କରନ୍ତୁ ଏବଂ ନଭେମ୍ବର ମାସର ପ୍ରଥମ ଦୁଇ ସପ୍ତାହରେ ଲଗାଇବା କାମ ଶେଷ କରିଦିଅନ୍ତୁ |28 Nov 2018
81 ପନିପରିବା ଫସଲରେ କବକ ଜନିତ ପତ୍ର ଦାଗ ରୋଗ ଦେଖାଦେଲେ ଏହାର ଦମନ ପାଇଁ ପ୍ରତି ଲିଟର ପାଣିରେ ୨ ଗ୍ରାମ ହିସାବରେ କାରବେନ୍ଦଜିମ ଓ ମାଙ୍କଜେବ ର ମିଶ୍ରଣ ସିଞ୍ଚନ କରନ୍ତୁ28 Nov 2018
82 ଗୋଲାପ ଗଛକୁ କାଣ୍ଟଛାଣ୍ଟ କରି ଅଳ୍ପ କେତେକ ସୁସ୍ତ ସବଳ ଦଳ ରଖନ୍ତୁ ଏବଂ କାଣ୍ଟଛାଟ କରିବାର ୭ ରୁ ୧୦ ଦିନ ପରେ ବୁଦା ପ୍ରତି ୧୦୦ ଗ୍ରାମ ହିସାବରେ ହାଡ ବୁନ୍ଦା ଆମୋଫସ (୧କି ) ଏସଏସପି(୧କି), ପଟାସିଅମ ସଲଫେଟ (୧ କି) ମିଶ୍ରଣ ପ୍ରୟୋଗ କରନ୍ତୁ24 Nov 2018
83 ଚିନାବାଦାମ ଚାଷ ରେ ଏକର ପ୍ରତି ୮ କିଗ୍ରା ଯବକ୍ଷାରଜାନ, ୧୬ କିଗ୍ରା ପଟାସ ସାର ମୂଳ ସାର ଭାବେ ପ୍ରୟୋଗ କରନ୍ତୁ ଏବଂ ଧାଡି କୁ ଧାଡି ୩୦ ସେମି ଓ ଗଛ କୁ ଗଛ ୧୦ ସେମି ବ୍ୟବଧାନରେ ଲଗାନ୍ତୁ |24 Nov 2018
84 ସୋରିଷ ବୁଣିବାର ୭ ଦିନ ପୂର୍ବରୁ ପ୍ରତି କିଗ୍ରା ବିହନରେ ୩ ଗ୍ରାମ ଥିରାମ ଗୋଳାଇ ବିଶୋଧାନା କରନ୍ତୁ, ବୁଣିବାର ଠିକ ପୂର୍ବରୁ ଏକର ପ୍ରତି ଆବଶ୍ୟକ ହେଉଥିବା ବିହନରେ ୨୦୦ ଗ୍ରାମ ପି.ଏସ .ବି କଲଚର ମିଶାଇ ଉପଚାର କରନ୍ତୁ |12 Nov 2018
85 ମୁଗ ଓ ବିରି ବିହନ ଏକର ପ୍ରତି ୮-୧୦ କିଗ୍ରା ମାତ୍ର ଓ ବୁଟ ବିହନ ଏକର ପ୍ରତି ୨୦ରୁ ୨୫ କିଗ୍ରା ବ୍ୟବହାର କରନ୍ତୁ ଏବଂ ବୁଣିବା ପୂର୍ବରୁ ପ୍ରତି କିଗ୍ରା ବିଛଣାରେ ୨ ଗ୍ରାମ କାରବେଣ୍ଡିଜିମ କିମ୍ବା ୩ ଗ୍ରାମ ଥିରାମ ରେ ଗୋଳାଇ ବିଶୋଧାନା କରନ୍ତୁ |12 Nov 2018
86 ଧାନରେ ମାଟିଆଗୁଣ୍ଡି ବା ଚକଡା ପୋକ ଲାଗିଥିଲେ ଯବକ୍ଷାରଯାନ ଜାତୀୟ ସାରା ପ୍ରୟୋଗ କରନ୍ତୁ ନାହିଁ, ଆବଶ୍ୟକ ସ୍ଥଳେ ଏକର ପ୍ରତି ୫-୬ କିଗ୍ରା ପଟାସ ସାରା ଦିଅନ୍ତୁ |05 Nov 2018
87 ଧାନରେ ଚକଡା ପୋକ ଲାଗିଥିଲେ ଦୁଇ ପ୍ରକାରର କୀଟ ନାଶକ ଔଷଧ କୁ ଅଦଳ ବଦଳ କରି ୭-୧୦ ବ୍ୟବଧାନରେ ସିଞ୍ଚନ କରନ୍ତୁ ଏବଂ ହସ୍ତ ସିଞ୍ଚନ ଯନ୍ତ୍ର ଦ୍ୱାରା ହେକ୍ଟର ପ୍ରତି ୫୦୦ ଲିଟର ପାଣି ବ୍ୟବହାର କରନ୍ତୁ |05 Nov 2018
88 ବିଳମ୍ବ କିସମ ଧନରେ କେଣ୍ଡା କଟା ପୋକ ଦେଖାଦେଲେ ଏହାର ଦମନ ପାଇଁ ଏକର ପ୍ରତି ୨୦୦ ମିଳି ଡି.ଡି.ଭୀ.ପି. ୭୬% ଇ.ସି. ସିଞ୍ଚନ କରନ୍ତୁ |05 Nov 2018
89 ଶତକଡା ୮୫ ଭାଗ କେଣ୍ଡା ପାଚିଯାଇଥିଲେ ବିଳମ୍ବ ନ କରି ଧାନ କାଟି ଦିଅନ୍ତୁ05 Nov 2018
90 ଦିନକୁ 5-6 ଲିଟର କ୍ଷୀର ଦେଉଥିବା ଗାଈକୁ ଯଦି ଦୈନିକ 30 କେଜି ଆଯୋଲା ପ୍ରଦାନ କରାଯାଏ ତେବେ ବଜାରରୁ କିଣି ଦାନା ଖାଇବାକୁ ଦେବା ର ଆବଶ୍ୟକତା ପଡେ ନାହିଁ20 Oct 2018
91 ଦୈନିକ ୫-୬ ଲିଟର କ୍ଷୀର ପ୍ରଦାନ କରୁଥିବା ଗାଈ ମାନଙ୍କୁ ଯଥେଷ୍ଠ ପରିମାଣର ଚାରା (ହାରାହାରି ୩୫ କେଜି/ଦିନ) ଖାଇବାକୁ ଦେଲେ ଦାନ ର abashyakata pade nahin |15 Oct 2018
92 କପା ଫସଲ ରେ ପତ୍ର ଧାରା ମୋଦି ହେଲେ କିମ୍ବା ମୋଚା ହେବ ଆରମ୍ଭ ହେଲେ ୧ ଲିଟର ପାଣିରେ ୦.୪ ଗ୍ରାମ ଥାଇମିଥକସମ କିମ୍ବା ୦.୪ ଗ୍ରାମ ଡ଼ାଈଫେନଥିୟୁରନ ସିଞ୍ଚନ କରନ୍ତୁ |15 Oct 2018
93 ଦୁଧିଆଳୀ ଗାଈ ମାନଙ୍କୁ କ୍ଷୀର ଦୁହାଁ ହେବ ପୂର୍ବରୁ ଦାନା ଜାତୀୟ ଖାଦ୍ୟ ଏବଂ କ୍ଷୀର ଦୁହାଁ ହେବ ପରେ ତନ୍ତୁ ଜାତୀୟ ଖାଦ୍ୟ ଯଥା ଘାସ ଖାଇବାକୁ ଦିଅନ୍ତୁ |15 Oct 2018
94 ମାଛ ଜାଅଁଳା ଗୁଡିକୁ ଜୁଲାଇ ମାସରୁ ଅକ୍ଟୋବର ମାସ ମଧ୍ୟରେ ପୋଖରୀରେ ଛାଡି ଦିଅନ୍ତୁ ସାଧାରଣତଃ ୧୦୦ ମି ଆକାରର ମାଛ ଜାଅଁଳା ଉତ୍କୃଷ୍ଟ |24 Sep 2018
95 ଫାଟୁଆ ରେ ଆକ୍ରାନ୍ତ ଗୋରୁର ମୁହଁ ଓ ଗୋଡ଼କୁ ୫୦ଗ୍ରାମ ଖାଇବା ସୋଡ଼ା, ୧ ଲି ପାଣିରେ ଧୁଅନ୍ତୁ ଗୋଡ଼ରେ ଗନ୍ଧ କର୍ପୁର, ନଡ଼ିଆ ତେଲ ର ମିଶ୍ରଣ ଲଗାଗନ୍ତୁ, ଗୁହାଳ ଶୁଖିଲା ରଖନ୍ତୁ, ଟୀକା ଦିଆଯାଇନଥିବା ଗାଈକୁ ଟୀକା ଦିଅନ୍ତୁ24 Sep 2018
96 ଗେଣ୍ଡୁ ଫୁଲ ରୋଇବାର ୪୦ ଦିନ ପରେ ଅଗ ଦଳ ଗୁଡିକୁ ଭାଙ୍ଗି ଦିଅନ୍ତୁ |18 Sep 2018
97 Dhipa jamire matira batara dekhi September masa sesha suddha rasi phala bunantu, Bolangir jalabyu paain Prachi, Nirmala, Kanak, Kalika, Binayak, Usha, Uma adi kisama lagantu.11 Sep 2018
98 ଝାଉଁଳା ସହଣୀ ଥିବା ଲଙ୍କାମରିଚ କିସମ ଯଥା ଉତ୍କଳ ରଶ୍ମି, ଉତ୍କଳ ଆଭା କିସମ ଲଗାନ୍ତୁ |11 Sep 2018
99 ଅଣ ଜଳସେଚିତ ଜମିରେ ମାଟିର ବତାର ଦେଖି ସେପ୍ଟେମ୍ବର ମାସ ଶେଷ ସପ୍ତାହରୁ ଅକ୍ଟୋବର ମାସ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ସୋରିଷ ଫସଲ ବୁଣନ୍ତୁ11 Sep 2018
100 ସଅଳ ଅମଳ ପାଇଁ ଶୀତ ଦିନିଆ ପନିପରିବା ଯଥା ମୂଳା, ଫୁଲକୋବି, ବନ୍ଧାକୋବି, ଝୁଡ଼ଙ୍ଗ, ଆଦି ପାଇଁ ତଳି ପକାନ୍ତୁ11 Sep 2018
101 ଚିନାବାଦାମ ଫସଲରେ ମୂଳ ଶଢା ରୋଗର ଦମନ ପାଇଁ ପ୍ରତି ଲିଟର ପାଣିରେ ୨ ମିଲି କମ୍ପାନିୟନ କିମ୍ବା ସିକ୍ସର ମିଶାଇ ସିଞ୍ଚନ କରନ୍ତୁ |05 Sep 2018
102 ହରଡ ରେ ପତ୍ର ମୋଡ ପୋକ ଦମନ ପାଇଁ ପ୍ରତି ଲିଟର ପାଣିରେ ୨ ମିଳି ଏନ୍ଡୋସଲଫାନ ମିଶାଇ ୧୫ ଦିନ ଅନ୍ତରରେ ୨ ଥର ସିଞ୍ଚନ କରନ୍ତୁ05 Sep 2018
103 ପାଳ ଛତୁ ଚାଷରେ ନଡା କୁ ଗରମ ପାଣି କିମ୍ବା ୧୦୦ ଲିଟର ପାଣିରେ ୫୦ ମିଲି ଫର୍ମାଳୀନ ଓ ୭-୮ ଗ୍ରାମ ବ୍ୟଭିଷ୍ଟିନ ବ୍ୟବହାର କରି ରାସାୟନିକ ଉପାୟରେ ବିଶୋଧାନା କରନ୍ତୁ30 Jul 2018
104 ପାଳ ଛତୁ ଚାଷରେ ନଡା କୁ ଗରମ ପାଣି କିମ୍ବା ୧୦୦ ଲିଟର ପାଣିରେ ୫୦ ମିଳି ଫର୍ମାଳୀନ ଓ ୭-୮ ଗ୍ରାମ ବ୍ୟାଭିଷ୍ଟିନ ବ୍ୟବହାର କରି ରାସାୟନିକ ଉପାୟରେ ବିଶୋଧାନା କରନ୍ତୁ |13 Jul 2018
105 କ୍ଷୀର ଦେବା ଗାଈ କୁ ଏକ କିଗ୍ରା ଦାନ ସହିତ ୫୦ ଗ୍ରାମ ଖଣିଜ ଲଵଣ ଦିଅନ୍ତୁ09 Jul 2018
106 ବର୍ଷା ପରେ ପାଣି ଗୋଳିଆ ହୋଇଯାଇଥିଲେ ପୋଖରୀର ପାଣି ପରିସ୍କାର କରିବା ପାଇଁ ହେକ୍ଟର ମିଟର ପୋଖରୀରେ ୪୦୦ ru ୪୫୦ କିଗ୍ରା ଚୂନ ପ୍ରୟୋଗ କରନ୍ତୁ |06 Jul 2018
107 ବାଇଗଣର ଫଳ ପଚା ରୋଗର ଦମନ ପାଇଁ ପ୍ରତି ୧୦ ଲିଟର ପାଣିରେ ୧ ଗ୍ରାମ streyptocycline ମିଶାଇ ଗଛ ମୂଳରେ ସିଞ୍ଚନ କରନ୍ତୁ |06 Jul 2018
108 ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି ୩ ବର୍ଷରେ ଥରେ ବଦଳେଇ ଦିଅନ୍ତୁ , ଉନ୍ନତ ମାନର ବିହନ ବ୍ୟବହାର ଦ୍ୱାରା ଅମଳ ୧୫ ପ୍ରତି ସତ ବୃଦ୍ଧି ହୋଇପାରିବ |23 Jun 2018
109 ଏକକ ଫସଲ ପରିବର୍ତେ ମିଶ୍ରିତ ବା ଅନ୍ତଃଫସଲ କରନ୍ତୁ, ଢିପ ଜମି ଗୁଡିକରେ କେବଳ ଧାନ ନ କରି ଧାନ ସହିତ ଅନ୍ୟ ଫସଲ ଯଥା ମୁଗ, ବିରି, ହରଡ଼, ମାଣ୍ଡିଆ, ମକା, ଆଦି ଫସଲ ଅନ୍ତଃ ଫସଲ ଭାବରେ କରନ୍ତୁ |23 Jun 2018
110 ବର୍ତମାନ ପାଗରେ ଖରିଫ ମାଣ୍ଡିଆ ଫସଲ ପାଇଁ ଜମି ପ୍ରସ୍ତୁତ କରନ୍ତୁ, ସଅଳ କିସମ ଯଥା AKP -2 ,3, 7 ନୀଳାଚଳ, ଭୈରବୀ, ଶୁଭ୍ରା, ଆଦି କିସମ ବ୍ୟବହାର କରନ୍ତୁ ଏବଂ ଧାଡି କୁ ଧାଡି ୨୦ ସେମି, ଗଛ କୁ ଗଛ ୧୦ ସେମି ରଖି ମଞ୍ଜିକୁ ୩ ସେମି ଗଭୀରରେ ବୁଣନ୍ତୁ13 Jul 2018
111 ଢିପ ଜମିରେ ମରୁଡି ସହି ପାରୁଥିବା ଧାନ ଯଥା ଅନ୍ନଦା, ପଥରା, ଯୋଗେଶ , ଖଣ୍ଡଗିରି, କଳିଙ୍ଗ-୩, ହୀରା, ବନ୍ଦନା ଇତ୍ୟାଦି ବ୍ୟବହାର କରନ୍ତୁ |23 Jun 2018
112 ଧାନ ବିହନ ସୋଡ଼ିଅମ ଫସଫେଟ ଦ୍ରବଣ (୧ ଲିଟର ପାଣିରେ ୩୫୮ ମିଲି) ୬ ଘଣ୍ଟା ବୁଡାନ୍ତୁ ଓ ତା ପରେ ଶୁଖାଇ ବୁଣନ୍ତୁ | ଏହାଦ୍ୱାରା ବିହନ ଭଲ ଗଜା ହେବ ଓ ତଳି ଭଲ ହେବ |13 Jun 2018
113 ଢିପ ଜମି ରେ ଧାନ ବଦଳରେ ଅଣଧାନ ଫସଲ ଯଥା ମକା, ବରଗୁଡି, ହରଡ, ବିରି, ମାଣ୍ଡିଆ, ଚିନାବାଦାମ, ଜଡ଼ା, କନ୍ଦମୂଳ ଇତ୍ୟାଦି ଚାଷ କରନ୍ତୁ |13 Jun 2018
114 ଭେଣ୍ଡି ର ସାହେବି ରୋଗ ଦମନ ପାଇଁ ୧ ଲିଟର ପାଣିରେ ୦.୪ ଗ୍ରାମ flonicamide କିମ୍ବା ୦.୫ ଗ୍ରାମ Difenthiuron ୧୦ ଦିନ ଅନ୍ତରରେ ସିଞ୍ଚନ କରନ୍ତୁ |19 Jun 2018
115 ଭେଣ୍ଡି ର ସାହେବି ରୋଗ ଦମନ ପାଇଁ ୧ ଲିଟର ପାଣିରେ ୦.୪ ଗ୍ରାମ flonicamide କିମ୍ବା ୦.୫ ଗ୍ରାମ Difenthiuron ୧୦ ଦିନ ଅନ୍ତରରେ ସିଞ୍ଚନ କରନ୍ତୁ |09 May 2018
116 ପ୍ରାକ ମୌସୁମୀ ବର୍ଷ ସହିତ ଜମିକୁ ହଳ କରି ଦିଅନ୍ତୁ | ଧାନର ତଳି ପକାଇ ଦିଅନ୍ତୁ, ଏକର ପ୍ରତି ୨୦ କିଲୋ ବିହନ ବୁଣନ୍ତୁ ଓ କେଜି ପ୍ରତି ୩ ଗ୍ରାମ ଥିରାମ କିମ୍ବା କାପଟନ ରେ ବିଶୋଧାନା କରନ୍ତୁ |09 Jun 2018
117 ରଜନୀଗନ୍ଧା କାଣ୍ଡାଗୁଡିକୁ ଲଗାଇବା ପୂର୍ବରୁ ଛେରାଗୁଡ଼ିକୁ କାଟିଦିଅନ୍ତୁ ଓ ଧାଡି କୁ ଧାଡି ୩୦ ସେମି କନ୍ଦା କୁ କନ୍ଦା ୩୦ ସେମି ବ୍ୟବଧାନରେ ଲଗାନ୍ତୁ |24 Mar 2018
118 ରଜନୀଗନ୍ଧା ଫେବୃଆରୀ ରୁ ମେ ମାସ ପର୍ଯ୍ୟନ୍ତ ଲଗାଯାଏ ତେଣୁ କୋଲକାତା ଶ୍ରୀଙ୍ଗାର, କୋଏମ୍ବା ଟୁର ସିଙ୍ଗଲ, ଓ ସୁହାସିନୀ ( ଡବଲ) ଆଦି କିସମ ଲଗାନ୍ତୁ |24 Mar 2018
119 ପୋଟଳ ରେ କବକ ଜନିତ ଝାଉଁଳା ରୋଗ ଦେଖାଦେଲେ ଏହାର ଦମନ pain ପ୍ରତି ଲିଟର ପାଣିରେ ୧.୫ ଗ୍ରାମ କାରବେଣ୍ଡାଯାମ କିମ୍ବା ମେଟାଲାକ୍ସିଲ ଓ ମାଙ୍କଜେବ ମିଶ୍ରଣ କୁ ୧ ଗ୍ରାମ ହିସାବରେ ମିଶାଇ ମୂଳ ମାଟି ଭଲଭାବରେ ଭିଜାଇ ଦିଅନ୍ତୁ |01 Apr 2018
120 ଶୁଷ୍କ ଖରାଟୀଆ ଗରମ ପାଗ ଦେଖି ପିଆଜ ଅମଳ କରନ୍ତୁ ଓ ବେକ ଉପରୁ 2.୫ ସେମି ରଖି ଅଗ ଓ ସମୁଦାୟ ଚେର କାଟି ଦିଅନ୍ତୁ |01 May 2018
121 ଆଖୁ ଗଛ ମୂଳ ଓଦା ରହିବ ପାଇଁ ଶୁଖିଲା ପତ୍ର ଦ୍ୱାରା ନାଲି ଗୁଡିକୁ ଆଛାଦ କରନ୍ତୁ ଏବଂ ଗ୍ରୀଷ୍ମ ଋତୁରେ ଜଳାଭାବ ରୁ ଫସଲକୁ ରକ୍ଷା କରିବା ପାଇଁ ଶତକଡା ୪ ଭାଗ ପଟାସ ସାରା ପତ୍ର ସିଂଚା କରନ୍ତୁ |09 Mar 2018
122 ଖରାଟିଆ ସୂର୍ଯ୍ୟମୁଖୀ ରେ ଫସଲ ୨୦ ଦିନର ହୋଇଯାଇଥିଲେ କୋଡା ଖୁସା କରି ଘାସ ବାଛି ଦିଅନ୍ତୁ ଓ ଏକର ପ୍ରତି ୩ କେଜି ଯବକ୍ଷାରଜାନ ଓ ଶଙ୍କର ଯତୀୟାରେ ଏହାର ଦୁଇଗୁଣ ସାର ପ୍ରୟୋଗ କରନ୍ତୁ01 Apr 2018
123 ବର୍ଷା ର ଅନୁମାନ ଥିଲେ ପ୍ରାଣୀକୁ ଚାରଣ ଭୂମି କୁ ନ ଛାଡି ଗୁହାଳରେ ଖାଇବା ବ୍ୟବସ୍ତା କରନ୍ତୁ |20 Jul 2019
124 ଶର୍କରା ଜାତୀୟ ଖାଦ୍ୟ ଅଧିକ ଖାଇବା ଯୋଗୁଁ ଛେଳି ମାନଙ୍କ ଠାରେ ପେଟ ଫମ୍ପା ଲକ୍ଷଣ ଦେଖାଯାଏ, ଆକ୍ରାନ୍ତ ଛେଳିକୁ ଯେକୌଣସି ଖାଇବା ତେଲ ୫୦-୧୦୦ ମିଲି ପିଆଇ ଦେଲେ ଛେଳିକୁ ଆରୋଗ୍ୟ ମିଳେ |25 Nov 2019
125 କଡ଼କ ନାଥ ଏକ ବାଡ଼ି ଅଗଣାରେ ପାଳନ କରାଯାଉଥିବା କୁକୁଡ଼ା ଯାହା ବ୍ରୟଲର ମାଂସ ଠାରୁ ଅଧିକ ସୁସ୍ୱାଦୁ ପୁଷ୍ଟିକର ଏବଂ କମ ସ୍ନେହସାର ଥାଏ | ସ୍ନେହସାର ୧% ଏବଂ ପୁଷ୍ଟିସାର ୨୫% ଥାଏ |20 Jul 2019
126 ଫଲ ସୈନିକ ପୋକ ମକା ଫସଲରେ ଥରକେ ୧୦୦୦ ଅଣ୍ଡା ଦେଇଥାନ୍ତି, ଯାହାଦ୍ୱାରା ମକା ବୁଣା ହେବାର ୩-୪ ସପ୍ତାହ ପର୍ଯ୍ୟନ୍ତ କେ କୌଣସି ସମୟରେ ସମ୍ପୂର୍ଣ ଫସଲ ନଷ୍ଟ ହେବାର ସଂଭାବନା ରହିଛି | ଏହାର ପର୍ଯ୍ୟବେକ୍ଷଣ କରନ୍ତୁ ଓ ତୁରନ୍ତ ପଦକ୍ଷେପ ନିଅନ୍ତୁ |20 Jul 2019
127 ନଭେମ୍ବର ମାସର ପ୍ରଥମ ଦୁଇ ସପ୍ତାହ ମଧ୍ୟରେ ଆଳୁ ଲଗାଇ ଦିଅନ୍ତୁ |25 Nov 2019
128 ଅଳ୍ପ ଜ୍ୱର ସହ ଗାଈ ଶରୀରରେ କଠିନ ଗୋଲାକାର ଆବୁ ମାନ ଦେଖାଗଲେ ଜାଣିବା ଯେ ଗାଈଟି ଚର୍ମ ବିଣ୍ଡି ରୋଗ (LUMPY SKIN DISEASE) ରେ ଆକ୍ରାନ୍ତ | ମଶା ମାଛି ମାନେ ଏହି ରୋଗ ର ବାହକ ଅଟନ୍ତି ତେଣୁ ଗୁହାଳ କୁ ପରିସ୍କାର ରଖନ୍ତୁ | ଆକ୍ରାନ୍ତ ଗାଈ କୁ ତୁରନ୍ତ ଗୋଠ ରୁ ଅଲଗା କରି ଦିଅନ୍ତୁ | ପ୍ରାଣୀ ଚିକିତ୍ସକ ଙ୍କ ପରାମର୍ଶ ରେ ଚିକିତ୍ସା କରନ୍ତୁ ଏବଂ ତରଳ ନରମ ଖାଦ୍ୟ ବା ଚାରା ଖାଇବାକୁ ଦିଅନ୍ତୁ |25 Nov 2019
129 ଜଳ ସେଚନ ର ସୁବିଧା ଥିଲେ ୧୨୫ ଦିନ ଅମଳ ଭିତରେ ଅମଳ ହେଉଥିବା, ପୁଶା ସୋରିଷ-୨୫, ପୁଶା ସୋରିଷ-୨୫କିମ୍ବା RGM -୨୩୬ କିସମ ଏକର ପ୍ରତି ୨ କେଜି ବୁଣିବେ ହେଉଥିବ |19 Nov 2019
130 ଶୀତ ଦିନ କାକର ଭିଜା ଘାସ ଚାରିଲେ ଛେଳି ଛୁଆ ମାନେ ଏଣ୍ଟେରଟେକସେମିଆ ରୋଗରେ ପଡି ହାଟଥ ମୃତ୍ୟୁ ବରଣ କରନ୍ତି | ଏହାର ପ୍ରତିକାର ପାଇଁ ବର୍ଷ କୁ ଥରେ ବର୍ଷ ଋତୁ ପୂର୍ବରୁ ଟୀକାକରଣ କରନ୍ତୁ ଏବଂ ଛେଳି ଛୁଆ ମାନଙ୍କୁ ଶୀତ ଦିନରେ ସକାଳ ବେଳା ବିଳମ୍ବ ରେ ଚରିବାକୁ ଛାଡ଼ନ୍ତୁ |16 Nov 2019
131 ରବି ଫସଲ ରେ ମାଟିର ପି ଏଚ ୬.୫ ରୁ କମ ଥିବା ସ୍ଥାନରେ (ଅମ୍ଳ ମାଟି) ହେକ୍ଟର ପିଛା ୫ କୁଇଣ୍ଟାଲ ଚୁନକୁ ଖତ ସହିତ ମିଶାଇ ପ୍ରୟୋଗ କଲେ ଅଧିକ ଅମଳ ମିଳିଥାଏ |16 Nov 2019
132 ମୁଗ ଓ ବିରି ବୁଣିବ ପୂର୍ବରୁ ନିର୍ଦ୍ଧିଷ୍ଟ ଜୀବାଣୁ କଲଚର ରେ ଉପଚାର କରି ଛାଇ ରେ ଶୁଖାଇ ଧାଡିରେ ବୁଣନ୍ତୁ ତଥା ଧାଡି କୁ ଧାଡି ୨୫-୩୦ ସେମି ଓ ମଞ୍ଜି କୁ ମଞ୍ଜି ୧୦ ସେମି ବ୍ୟବଧାନ ରଖନ୍ତୁ |08 Nov 2019
133 ବାଛୁରୀ ଜନ୍ମ ର ପ୍ରଥମ ସପ୍ତାହ ମଧ୍ୟରେ ଟିଟନାଶଟିଟାନସ ଟୀକା, ୩ ମାସରେ ଫତୁଆ ଏବଂ ୬ ମାସରେ ଶାହଣା, ବଜବଜିଆ ଟୀକା ଦେବା ଊଛିତ |08 Nov 2019
134 ଗୋଲାପ ଗଛ କୁ କାଣ୍ଟଛାଂଟ କରି ଅଳ୍ପ କେତେକ ସୁସ୍ତ ସବଳ ଡାଳ ରଖନ୍ତୁ ଏବଂ କାଣ୍ଟଛାଂଟ କରିବାର ୭-୧୦ ଦିନ ପରେ ବୁଦା ପ୍ରତି ୧୦୦ଗ୍ରାମ ହିସାବରେ ହାଡ଼ଗୁଣ୍ଡ ଆମୋଫସ (୨କେଜି) ଏସଏମପି (୨କେଜି) ପଟାସିଅମ ସଲଫେଟ (୧କେଜି) ମିଶ୍ରଣ ର ପ୍ରୟୋଗ କରନ୍ତୁ |08 Nov 2019
135 ଅଣଜଳସେଚିତ ଜମିରେ ମାଟିର ବତର ଦେଖି ୮୫ ଦିନ ଭିତରେ ଅମଳ ହୋଇଥିବା ସୋରିଷ କିସମ ଯଥା ଅନୁରାଧା, ପାର୍ବତୀ, ସୁଗ୍ରୀ, ଉତରା, ଇତ୍ୟାଦି ବୁଣି ପାରିବେ ଏକର ପ୍ରତି ୨ କେଜି |08 Nov 2019
136 ବର୍ଷା ଛାଡି ଗଲାପରେ ଧାନ ଫସଲରେ ମାଟିଆଗୁଣ୍ଡି ପୋକ ଲାଗିବାର ସମ୍ଭାବନା ରହିଛି, ଏଣୁ ଜମିରୁ ପାଣି ନିଷ୍କାସନ କରିଦିଅନ୍ତୁ, ପ୍ରତି ୬ ଫୁଟ ବ୍ୟବଧାନରେ ପାହି ତିଆରି କରନ୍ତୁ, ଏକରପ୍ରତି ପାଈମେଟ୍ରୋଜିଂ ୫୦% ଡବ୍ଲୁଜି ୧୨୦ ଗ୍ରାମ କିମ୍ବା ଡାଇନୋତିଫୁରନ ୨୦% ଏସଜି ୮୦ ଗ୍ରାମ ୨୦୦ ଲିଟର ପାଣିରେ ମିଶାଇ ମୂଳ ଭାଗକୁ ସିଞ୍ଚନ କରନ୍ତୁ |28 Oct 2019
137 ଶୀତଦିନିଆ ଚିନାବାଦାମ ଫସଲରେ ଏକର ପ୍ରତି ୮ କିଗ୍ରା ଯବକ୍ଷାରଜାନ, ୧୬ କିଗ୍ରା ଫସପରସ, ୧୬ କିଗ୍ରା ପଟାସ ସାରାକୁ ମୂଳସର ଭାବେ ପ୍ରୟୋଗ କରନ୍ତୁ ଏବଂ ଗଛ କୁ ଗଛ ୧୦ ସେମି ଓ ଧାଡି କୁ ଧାଡି ୩୦ ସେମି ବ୍ୟବଧାନରେ ଲଗାନ୍ତୁ |28 Oct 2019
138 ଶୀତ ଦିନିଆ ଚାଷ କରିବା ପୂର୍ବରୁ ମୃତିକା ପରୀକ୍ଷ କରାଇ ନିଅନ୍ତୁ ଏବଂ ମୃତିକା ସ୍ୱାସ୍ଥ୍ୟ ଅନୁଯାୟୀ ଖାତା ଓ ସାର ର ପ୍ରୟୋଗ କରନ୍ତୁ |28 Oct 2019
139 ଅତ୍ୟଧିକ ବର୍ଷା ଯୋଗୁଁ କପା ଜମିରେ ପାଣି ଜମି ରହିବା ଦ୍ୱାରା ଯଦି କପା ଗଛ ହଳଦିଆ ପଡି ଜାଇଥାଏ ତେବେ ୧୦ ଗ୍ରାମ ଡିଏପି କିମ୍ବା ୫ ଗ୍ରାମ ୧୯:୧୯:୧୯ ସାରା ପ୍ରତି ୧ ଲିଟର ପାଣିରେ ମିଶାଇ ୭ ଦିନ ଅନ୍ତରରେ ୨ ଥର ସିଞ୍ଚନ କରନ୍ତୁ |20 Sep 2019
140 ମଞ୍ଜି ଲଗେଇବାର ୬୦ ଦିନ ବେଳକୁ kadhha ଏବଂ phula n jhadiba ପାଇଁ ୭ ମିଲି ପ୍ଳାନଟିକ୍ସ ଡ plantaid namaka harmon ku 15 litar panire misai sinchan karantu20 Sep 2019
141 କପା ମଞ୍ଜି ଲଗେଇବାର ୫୫ ରୁ ୬୦ ଦିନ ମଧ୍ୟରେ ଏକର ପ୍ରତି ୨୬ କେଜି ୟୁରିଆ ସାର ପ୍ରୟୋଗ କରନ୍ତୁ |20 Sep 2019
142 ଅଧିକ ବର୍ଷ ଯୋଗୁଁ କପା ଚାଷ ପଚି ଯାଇଥିଲେ ସିଧା କରି ମୂଳରେ ମାଟି ଦିଅନ୍ତୁ ଏବଂ ବକରା ଆସିବାରେ ବିଳମ୍ବ ନ ହେବ ପାଇଁ ୪.୫ ଲି. ପାଣିରେ ୧ ମିଲି ଆଲଫାନାପଥାଇଲ ଏସିଟିକ ଏସିଡ ମିଶାଇ ସିଞ୍ଚନ କରନ୍ତୁ |26 Aug 2019
143 ଧାନ ର ପତ୍ର ପୋଡା ରୋଗର ଉପଶମ ପାଇଁ ୧୫ ଲିଟର ପାଣିରେ (ଏକ ଟାଙ୍କି ) ୩୭ ଗ୍ରାମ କପର ଅକ୍ସୀ କ୍ଲୋରାଇଡ଼ ଏବଂ କେ-ସାଇକ୍ଲିନ -୨ ଗ୍ରାମ ମିଶାଇ ସିଞ୍ଚନ କରନ୍ତୁ ଓ ଏକର ପ୍ରତି ୨୦୦ ଲିଟର ପାଣି ସିଞ୍ଚନ କରନ୍ତୁ |26 Aug 2019
144 ଚିନାବାଦାମ ମଞ୍ଜି ବୁଣିବାର ୨୦-୨୫ ଦିନ ହୋଇଯାଇଥିଲେ ଘାସ ବାଛି କୋଡା ଖୋସା କରି ମୂଳ କୁ ହୁଡ଼ା ଟେକି ଦିଅନ୍ତୁ ଏବଂ ଏହି ସମୟରେ ଏକର ପ୍ରତି ୧୦୦କେଜି ଜିପସମ ସାର ପ୍ରୟୋଗ କରିବା ଦ୍ୱାରା ଦାନା ବୃଦ୍ଧି ସହ ତେଲ ଅଂଶ ମଧ୍ୟ ବଢି ଥାଏ |26 Aug 2019
145 ଧାନ ରୋଇବାର ୩-୫ ଦିନ ମଧ୍ୟରେ ଘାସ ନିୟନ୍ତ୍ରଣ ପାଇଁ Pyrazo Sulfuron ethyl ୧୦% wp ଘାସାମର ଯାହାକି ସାଥି ନାମରେ ରେ ମିଳୁଛି , ସେଥିରୁ ଏକର ପ୍ରତି ୮୦ ମିଳି ଔଷଧ କୁ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ17 Aug 2019
146 ଖରିଫ ମୁଗ ଫସଲରେ ଅଧିକ ଅମ୍ଳ ପାଇବା ପାଇଁ ୨ଶତକଡ଼ା ଡ଼ି. ଏ. ସି. କୁ ଫୁଲ ବାହାରିବା ଆଗରୁ ପତ୍ର ସିଞ୍ଚନ କରନ୍ତୁ ଏବଂ ପ୍ରଥମ ସିଞ୍ଚନ ର ୧୫ ଦିନ ପରେ ଦ୍ଵିତୀୟ ସିଞ୍ଚନ କରନ୍ତୁ |17 Aug 2019
147 ବାଛୁରୀ ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ନିମନ୍ତେ ଜନ୍ମର ପ୍ରଥମ ୨୪ ଘ. ମଧ୍ୟରେ ମା ର କଶକ୍ଷୀର ପିଅନ୍ତୁ ଏବଂ ଜନ୍ମ ର ୧୫ ଦିନ ପରେ କୃମି ନାଶକ ଔଷଧ ଦିଅନ୍ତୁ ଯାହାକୁ ପରବର୍ତୀ ସମୟରେ ପ୍ରତ୍ୟେକ ୩ ମାସରେ ଥରେ ପୁନରାବୃତି କରନ୍ତୁ17 Aug 2019
148 ମଞ୍ଜି ବୁଣିବାର ୨୦-୨୫ ଦିନ ହୋଇଯାଇଥିଲେ, ଫସଲରେ ସରୁ ପତ୍ର ଘାସ ଥିଲେ ଏହାର ନିୟନ୍ତ୍ରଣ ପାଇଁ Quizalopop -P -Ethyl ଘାସାମର ଯାହାକି Torga Super ବା Hakama ବା Builder ନାମରେ ମିଳୁଛି ସେଥିରୁ ଏକର ପ୍ରତି ୪୦୦ ମିଳି ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ17 Aug 2019
149 ଶଙ୍କର ମାଈ ବାଛୁରୀ କୁ ଖଣିଜ ମିଶ୍ରଣ ସହିତ ସଠିକ ସୁଷମ ଖାଦ୍ୟ ଯୋଗାଇ ଦେଲେ ତାହା ୧୮ ମାସ ମଧ୍ୟରେ ସମ୍ପୂର୍ଣ ଶରୀର ଓଜନ ଲାଭ କରି ଗାଈ ପଣିଆ ଲାଭ କରେ |09 Aug 2019
150 ଫଲ ସୈନିକ ପୋକ ମକା ଫସଲରେ ଥରକେ ୧୦୦୦ ଅଣ୍ଡା ଦେଇଥାନ୍ତି, ଯାହାଦ୍ୱାରା ମକା ବୁଣା ହେବାର ୩-୪ ସପ୍ତାହ ପର୍ଯ୍ୟନ୍ତ କେ କୌଣସି ସମୟରେ ସମ୍ପୂର୍ଣ ଫସଲ ନଷ୍ଟ ହେବାର ସଂଭାବନା ରହିଛି | ଏହାର ପର୍ଯ୍ୟବେକ୍ଷଣ କରନ୍ତୁ ଓ ତୁରନ୍ତ ପଦକ୍ଷେପ ନିଅନ୍ତୁ |20 Jul 2019
Hide Main content block

Copyright © Krishi Vigyan Kendra, Bolangir

Visitor Counter Visitor Hit Counter

Powered by nTier Softwares